ଫ୍ୟାକ୍ଟ ଚେକ୍: ପୁରୁଣା ବିମାନ ଦୁର୍ଘଟଣା ଫଟୋକୁ ବର୍ତ୍ତମାନ ଦିନରେ ଚୁରୁରେ ଘଟିଥିବା ଦୁର୍ଘଟଣା ଲେଖି କରାଯାଇଛି ସେୟାର
ଦାବିଟି ବିଭ୍ରାନ୍ତିକର ଅଟେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋ ମଧ୍ୟରୁ କୌଣସି ମଧ୍ୟ ଫଟୋ ନିକଟ ଦିନରେ ଚୁରୁ ଦୁର୍ଘଟଣାର ଫଟୋ ନୁହେଁ ।

Claim :
୯ ଜୁଲାଇରେ ରାଜସ୍ଥାନର ଚୁରୁରେ ହୋଇଥିବା ଭାରତୀୟ ବାୟୁସେନା ଜେଟ୍ ଦୁର୍ଘଟଣାକଲର ଫଟୋ, ଯେଉଁଠାରେ ଉଭୟ ପାଇଲଟ୍ ମୃତ୍ୟୁବରଣ କରିଥିଲେ।Fact :
ସେୟାର କରାଯାଉଥିବା ଫଟୋ ଗୁଡ଼ିକ ପୁରୁଣା ଏବଂ ସମ୍ପ୍ରତି ଚୁରୁ ଜେଟ୍ ଦୁର୍ଘଟଣା ସହିତ ଜଡିତ ନୁହେଁ।
ଜୁଲାଇ ୯ ତାରିଖରେ ରାଜସ୍ଥାନର ଚୁରୁରେ ଘଟିଥିବା ବିମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି । ୨୦୨୪ ନଭେମ୍ୱର ମାସରେ ଆଗ୍ରାରେ ଏକ ମିଗ୍-୨୯ ଳଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଜାଗୁଆର୍ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଉଦବେଗ ସୃଷ୍ଟି କରିଛି । ଗତ ୫ ମାସ ଭିତରେ ଏଭଳି ୩ଟି ଘଟଣା ଘଟିଲାଣି । ବାୟୁସେନାର ୩ଟି ଲଢ଼ୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି । ଗତ ମାର୍ଚ୍ଚ ୭ ତାରିଖରେ ଅମ୍ୱାଲା ଠାରେ ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଜାଗୁଆର ବିମାନଟି ଖସି ପଡିଥିଲା । ଏହା ଏକ ନିୟମିତ ଉଡାଣ ଥିଲା । ସେଥିରେ ବୈଷୟିକ ତ୍ରୁଟି ଥିବାର ଜଣାଡିଥିଲା । ହେଲେ ସୌଭାଗ୍ୟକ୍ରମେ ପାଇଲଟ୍ ସେହି ବିମାନରୁ ନିରାପଦରେ ବାହାରି ଆସିଥିଲେ । ଗତ ଏପ୍ରିଲ ୨ ତାରିଖରେ ଗୁଜରାଟର ଜାମନଗର ନିକଟରେ ଏକ ଜାଗୁଆର ବିମାନ ଖସିପଡିଥିଲା । ସେଥିରେ ଦୁଇ ଜଣ ପାଇଲଟ୍ ଥିଲେ । ଜଣକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ବଞ୍ଚିଯାଇଥିଲେ । ଗତ ୭ ମାସ ଭିତରେ ୫ଟି ଏହିଭଳି ଘଟଣା ଘଟିଛି । ଭାରତୀୟ ବାୟୁସେନା ପାଖରେ ଏବେ ୬ ସ୍କ୍ୱାଡ୍ରନ ଲଢୁଆ ଜାଗୁଆର୍ ବିମାନ ରହିଛି । ଅର୍ଥାତ ୧୨୦ଟି ଜାଗୁଆର୍ ବିମାନ ରହିଛି ଭାରତ ପାଖରେ । ଭାରତୀୟ ବାୟୁସେନା ପାଇଲଟମାନଙ୍କର ଦକ୍ଷତା ବେଶ୍ ଭଲ । ସାରା ବିଶ୍ୱରେ ଏହି ପାଇଲଟମାନଙ୍କର ସୁନାମ ରହିଛି । ତେବେ ବାରମ୍ୱାର ବିମାନ ଦୁର୍ଘଟଣା ଉଦବେଗ ସୃଷ୍ଟି କରିଛି ।
ଇତିମଧ୍ୟରେ ଏକ ଦୁର୍ଘଟଣା ଗସ୍ତ ବିମାନର ଦୁଇଟି ଫଟୋ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋଟି ରାଜସ୍ଥାନରେ ଘଟିଥିବା ବିମାନ ଦୁର୍ଘଟଣାର ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି ।
ଅନ୍ୟପଟେ କିଛି ଡିଜିଟାଲ ଗଣମାଧ୍ୟମ ମଧ୍ୟ ଉକ୍ତ ଫଟୋକୁ ବ୍ୟବହାର କରି ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଉଭୟ ଫଟୋ ପୁରୁଣା ଅଟେ ଚୁରୁ ଜେଟ୍ ଦୁର୍ଘଟଣା ସହ ଉକ୍ତ ଫଟୋରେ କୌଣସି ସମ୍ପର୍କ ନାହିଁ ।
ଯେତେବେଳେ ଆମେ ରାଜସ୍ଥାନ ଚୁରୁରେ ଯୁଦ୍ଧ ବିମାନ ଦୁର୍ଘଟଣା ନେଇ ଅନୁସନ୍ଧାନ କରିଥିଲୁ । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଖବର ଦେଖିବାକୁ ପାଇଥିଲୁ । ହେଲେ କୌଣସି ପ୍ରମୁଖ ଗଣମାଧ୍ୟମରେ ଭାଇରାଲ ଫଟୋର ଦୃଶ୍ୟ କିମ୍ବା ଫଟୋ ପ୍ରସାରିତ ହୋଇଥିବାର ଦେଖିବାକୁ ପାଇନଥିଲୁ ।
ଭାଇରାଲ ଫଟୋର ଅନୁସନ୍ଧାନ କରିବାକୁଯାଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଦ ହିନ୍ଦୁରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ୨୧ ମଇ ୨୦୨୩ରେ ଏକ ଖବର ପ୍ରସାରଣ କରି ଦ ହିନ୍ଦୁ ଉଲ୍ଲେଖ କରିଛି, ୮ ମଇରେ ରାଜସ୍ଥାନର ହନୁମାନଗଡ଼ରେ ଦୁର୍ଘଟଣାଗ୍ରସ୍ତ ମିଗ-୨୧ର ଭଗ୍ନାବଶେଷ ଏକ ଘର ଉପରେ ପଡ଼ିବା ପରେ ତିନି ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ପାଇଲଟ୍ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ । ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ମଧ୍ୟ ଚାଲିଛି।
ପ୍ରସାରିତ ଖବରରେ ଥିବା ଫଟୋ ସହ ଭାଇରାଲ ହେଉଥିବା ଫଟୋ ସମାନ ଦୃଶ୍ୟମାନ ହେଉଥିବା ବେଳେ ଉଭୟ ଫଟୋକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଫଟୋ ଗୋଟିଏ ଘଟଣା ର ବୋଲି ଜଣାପଡିଥିଲା ।
ସେହିପରି ଉକ୍ତ ଖବରକୁ ଆଉକିଛି ଗଣମାଧ୍ୟମ ମଧ୍ୟ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ଉକ୍ତ ପ୍ରସାରିତ ଖବର ଗୁଡିକରେ ଆମେ ଭାଇରାଲ ହେଉଥିବା ଫଟୋ ପାଇଥିଲୁ ।
ଉକ୍ତ ଘଟଣାକୁ ନେଇ ୮ ମଇ ୨୦୨୩ରେ ଭାରତୀୟ ବାୟୁ ସେନା ମଧ୍ୟ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତହେଲା ଯେ, ଉକ୍ତ ଫଟୋଟି ୨୦୨୩ ମସିହା ରାଜସ୍ଥାନର ହନୁମାନଗଡ଼ରେ ଘଟିଥିବା ବିମାନ ଦୁର୍ଘଟଣାର ଫଟୋ ଅଟେ ।
ସେହିପରି ଅପରପାର୍ଶ୍ଵରେ ଥିବା ଫଟୋର ସତ୍ୟାସତ୍ୟ ଜାଣିବାକୁ ଯାଇ ଉକ୍ତ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ସେହିପରି ଅପରପାର୍ଶ୍ଵରେ ଥିବା ଫଟୋର ସତ୍ୟାସତ୍ୟ ଜାଣିବାକୁ ଯାଇ ଉକ୍ତ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ୨୮ ଜାନୁଆରୀ ୨୦୨୩ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
ଉକ୍ତ ଖବରରେ ଉଲ୍ଲେଖ ରହିଛି, ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଆଦିବାସୀ ଉନ୍ନୟନ ବ୍ଲକ ପାହାଡଗଡ଼ ଗ୍ରାମ ପଞ୍ଚାୟତ ପାହାଡଗଡ଼ର ଜଙ୍ଗଲରେ ବାବା ଶ୍ୟାମ ଦେବ ମନ୍ଦିର ନିକଟରେ ଖସି ପଡ଼ିଥିବା ବିମାନଟି ସୁଖୋଇ-୩୦ ବୋଲି କୁହାଯାଉଛି। ଏହି ବିମାନର ଦୁଇ ପାଇଲଟ୍ ସ୍କ୍ୱାଡ୍ରନ୍ ଲିଡର ରାୟ ଏବଂ ମିଥୁନ୍ ଆହତ ହୋଇଛନ୍ତି, କିନ୍ତୁ ସୁରକ୍ଷିତ ଅଛନ୍ତି। ବାୟୁସେନାର ସନ୍ଧାନ ଦଳ ଉଭୟ ପାଇଲଟଙ୍କୁ ଆହତ ଅବସ୍ଥାରେ ପାଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ବିମାନରେ ନିଆଯାଇଥିଲା। ଏହି ଦୁର୍ଘଟଣାରେ ତୃତୀୟ ପାଇଲଟ୍ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ନିଆଯାଇଛି ।
ଉକ୍ତ ଖବରରେ ଏବିପି ଯେଉଁ ଫଟୋ ବ୍ୟବହାର କରିଛି ତାହା ଭାଇରାଲ ଫଟୋ ସହ ମେଳ ଖାଉଥିବାର ପାଇଥିଲୁ । ତେଣୁ ଉଭୟ ଫଟୋକୁ ତୁଳନା କରିଥିଲୁଜ଼ ତୁଳନାରୁ ଉଭୟ ଫଟୋ ଗୋଟିଏ ଦୁର୍ଘଟଣା ସମୟର ବୋଲି ପ୍ରମାଣିତ ହୋଇଥିଲା ।
ସେହିପରି ଉକ୍ତ ଘଟଣାକୁ ନେଇ ଆଉ କିଛି ଗଣମାଧ୍ୟମ ମଧ୍ୟ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଫଟୋଟି ୨୦୨୩ ମସିହାରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଘଟିଥିବା ବିମାନ ଦୁର୍ଘଟଣାର ଅଟେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋ ମଧ୍ୟରୁ କୌଣସି ମଧ୍ୟ ଫଟୋ ନିକଟ ଦିନରେ ଚୁରୁ ଦୁର୍ଘଟଣାର ଫଟୋ ନୁହେଁ ।