ଫ୍ୟାକ୍ଟ ଚେକ୍: ରାହୁଲ ଗାନ୍ଧୀଙ୍କ ଫଟୋ ସାନିଟାରୀ ପ୍ୟାଡ଼ରେ ନୁହେଁ ବରଂ ସାନିଟାରୀ ପ୍ୟାଡ଼ର ପ୍ୟାକେଡରେ ଛପା ହୋଇଥିଲା
ବିହାରରେ ପ୍ରିୟଦର୍ଶିନୀ ଉଦାନ ଯୋଜନା ଅଧୀନରେ ବଣ୍ଟନ କରାଯାଇଥିବା ପ୍ୟାଡ ବାକ୍ସରେ ଦେଖାଯାଇଥିଲା ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ମଧ୍ୟ କିଛି ବାକ୍ସରେ ମୁଦ୍ରିତ ହୋଇଥିଲା। ବିକୃତ, ଭ୍ରାମକ ଫଟୋ ପ୍ରସାରଣ ପାଇଁ କଂଗ୍ରେସ ଦୁଇ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛି।

Claim :
ବିହାର ନିର୍ବାଚନକୁ ଦେଖି କଂଗ୍ରେସ ପ୍ରଚାର ନିମନ୍ତେ ମହିଳାଙ୍କୁ ପ୍ରାୟ ୫ଲକ୍ଷ ସାନିଟାରୀ ପ୍ୟାଡ୍ ବଣ୍ଟନ କରିଥିଲା । ତେବେ ସାନିଟାରୀ ପ୍ୟାଡ୍ ଭିତରେ ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛିFact :
ଦାବିରେ ନାହିଁ ସତ୍ୟତା, ରାହୁଲ ଗାନ୍ଧୀଙ୍କ ଚିତ୍ର କେବଳ ସାନିଟାରୀ ପ୍ୟାଡର ପ୍ୟାକେଡ ଉପରେ ଛାପା ହୋଇଥିଲା, ପ୍ୟାଡ୍ ଉପରେ ନୁହେଁ
ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ନୀତୀଶ କୁମାର। ବିଜେପି ଓ ଜେଡିୟୁ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ନୀତୀଶ କୁମାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ଏହି ୩୫% ସଂରକ୍ଷଣ ବ୍ୟବସ୍ଥା କେବଳ ବିହାରର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଲାଗୁ ହେବ ବୋଲି ନୀତୀଶ କୁମାର କହିଛନ୍ତି ।
ଅନ୍ୟପଟେ ଅଖିଳ ଭାରତୀୟ ମହିଳା କଂଗ୍ରେସ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ, ୫ ଲକ୍ଷ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯିବ। ଏହି ସାନିଟାରୀ ପ୍ୟାଡ୍ ପ୍ୟାକେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ମୁଦ୍ରିତ ହୋଇଛି । ଏଥିରେ ‘ନାରୀ ନ୍ୟାୟ, ମହିଳା ସମ୍ମାନ’ ସ୍ଲୋଗାନ ଲେଖାଯାଇଛି। ଏହା ସହିତ, ସାନିଟାରୀ ପ୍ୟାଡ୍ ପ୍ୟାକେଟରେ ଅଭାବୀ ପରିବାରର ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ସାନିଟାରୀ ପ୍ୟାଡ୍ ପ୍ୟାକେଡ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଫଟୋ ଦେଖାଯାଉଛି ଏବଂ ରାହୁଲଙ୍କ ଫଟୋ ପାଖରେ 'ମାଇ ବହିନ୍ ମାନ ଯୋଜନା' ଲେଖାଯାଇଛି। ଯୋଜନାର ଟ୍ୟାଗଲାଇନ୍ ସହିତ 'ଅଲ ଇଣ୍ଡିଆ ମହିଳା କଂଗ୍ରେସ (AIMC) ଦ୍ୱାରା ପ୍ରତି ମାସରେ ୨୫୦୦ ରାଶି ପ୍ରଦାନ କରାଯିବାର ଉଲ୍ଲେଖ ରହିଛି ।
ପରେପରେ ପ୍ୟାକେଟରୁ ଗୋଟିଏ ସାନିଟାରୀ ପ୍ୟାଡ୍ ଜଣେ କାଢୁଛନ୍ତି ଏବଂ ସେ ଗୋଟିଏ ସାନିଟାରୀ ପ୍ୟାଡ୍ ଖୋଲି ଦେଖାଉଛନ୍ତି ଯେ, ସାନିଟାରୀ ପ୍ୟାଡ୍ ଭିତରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ମଧ୍ୟ ରହିଛି ।
ତେବେ ଉକ୍ତ ଭିଡିଓକୁ କେବଳ ସୋସିଆଲ ମିଡିଆ ୟୁଜର୍ସ ନୁହେଁ ରାଜନୈତିକ ଦଳ ମଧ୍ୟ ସେୟାର କରିଛନ୍ତି । ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ଭିଡିଓଟି ଏଡିଟ୍ କରାଯାଇଛି । ପ୍ରକୃତରେ ରାହୁଲ ଗାନ୍ଧୀଙ୍କ ଫଟୋ ସାନିଟାରୀ ପ୍ୟାଡ ଉପରେ ନୁହେଁ ବରଂ ସାନାଟାରୀ ପ୍ୟାଡର ପ୍ୟାକେଡ ଉପରେ ରହିଛି ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁ କିଛି ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଥିଲା ।
୪ ଜୁଲାଇ ୨୦୨୫ରେ ଏନଡିଟିଭି ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ବିହାରରେ ତେଜିଲା ରାଜନୀତି; ସାନିଟାରୀ ପ୍ୟାଡ ପ୍ୟାକେଟ ଉପରେ ରାହୁଲଙ୍କ ଫଟୋ ।
ନିୟୁଜ୧୮ ଏକ ଭିଡିଓ ପ୍ରସାରଣ କରି ଉଲ୍ଲେଖ କରିଛି, ସାନିଟାରୀ ପ୍ୟାକେଡ ଉପରେ ରାହୁଲ ଗାନ୍ଧୀଙ୍କ ଫଟୋ । ଫଟୋକୁ ନେଇ ବିହାରରେ ରାଜନୈତିକ ଝଡ଼ ।
ଉକ୍ତ ଖବରରେ ପ୍ରସାରିତ ହୋଇଛି, ଏଭଳି ଫଟୋରେ ପ୍ରଚାରକୁ ବିରୋଧ କରିଛି ବିଜେପି । ଏହା ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା । ଅଳକା କହିଛନ୍ତି, ସାନିଟାରୀ ପ୍ୟାକେଡ ଉପରେ କେବଳ ରାହୁଲ ଗାନ୍ଧୀଙ୍କ ନୁହେଁ ବରଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ଫଟୋ ରହିଛି ।
ତେବେ ପ୍ରସାରିତ ହୋଇଥିବା କୌଣସି ଭିଡିଓରେ ଆମେ ସାନିଟାରି ପ୍ୟାଡ ଉପରେ ରାହୁଲଙ୍କ ଫଟୋ ଛପା ହୋଇଥିବାର ଦେଖିବାକୁ ପାଇନଥିଲୁ ।
୬ ଜୁଲାଇ, ୨୦୨୫ରେ ଭାରତୀୟ ଜାତୀୟ କଂଗ୍ରେସର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ।
ଭିଡିଓରେ ଭାଇରାଲ୍ କ୍ଲିପ୍ ଏବଂ ମୂଳ ଫୁଟେଜ୍ ଉଭୟକୁ ତୁଳନା କରାଯାଇଛି । ମୂଳ ଭିଡିଓରେ, ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା କଂଗ୍ରେସ ଦ୍ୱାରା ବଣ୍ଟନ କରାଯାଇଥିବା ସାନିଟାରୀ ପ୍ୟାଡକୁ ନେଇ ସତ୍ୟତା ପ୍ରତିପାଦନ କରୁଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ସିଏ ଗୋଟିଏ ପ୍ୟାକେଡରୁ ପ୍ୟାଡ୍ ଖୋଲି ଦେଖାଇଛନ୍ତି ଯେ ଏଥିରେ କୌଣସି ମଧ୍ୟ ଫଟୋ ନାହିଁ।
ସେହିପରି କଂଗ୍ରେସ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମର ଅଧ୍ୟକ୍ଷା ସୁପ୍ରିୟା ଶ୍ରୀନତେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ଫଟୋକୁ ଅପବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦିଆଗଲା ଏତଲା । ଆଗକୁ ଆଉକିଛି ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଉକ୍ତ ଘଟଣାକୁ ନେଇ ଡେକାନ ହାରଲଡ଼ ଏକ ଖବର ପ୍ରକାଶିତ କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ସାନିଟାରୀ ପ୍ୟାଡରେ ରାହୁଲ ଗାନ୍ଧୀଙ୍କ ଫଟୋ ବିକୃତ କରିବା ଅଭିଯୋଗରେ ହାସ୍ୟ ଅଭିନେତାଙ୍କ ବିରୋଧରେ ଏତଲା ।
ତେଲେଙ୍ଗାନା ଯୁବ କଂଗ୍ରେସ ସଭାପତି ଜାକ୍କିଡି ଶିବ ଚରଣ ରେଡ୍ଡୀ ଏକ ଏତଲା ଦାଖଲ କରିଛନ୍ତି । ଅଭିଯୋଗରେ ରଞ୍ଜନ ଏବଂ ଆଉକିଛି ବ୍ୟକ୍ତି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମିଥ୍ୟା ଏବଂ ଦୂଷିତ ସୂଚନା ପ୍ରସାରଣ କରୁଥିବା ଏବଂ ମହିଳାଙ୍କୁ ଟାର୍ଗେଟ କରି ଅଶ୍ଳୀଳ ସାମଗ୍ରୀ ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗକାରୀଙ୍କ ଅନୁଯାୟୀ ରଞ୍ଜନ, ରାହୁଲଙ୍କ ଏକ ବିକୃତ ଚିତ୍ର ପୋଷ୍ଟ କରି ଏକ ସାନିଟାରୀ ପ୍ୟାଡ୍ ଭିତରେ ରଖିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ରଞ୍ଜନ ଇଲେକ୍ଟ୍ରୋନିକ୍ ରୂପରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶନ/ପ୍ରଚାର କରି କେବଳ ବିହାର ନୁହେଁ ସାରା ଭାରତରେ ମହିଳାମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଛନ୍ତି ।
ପ୍ରକାଶିତ ଖବର ଅନୁଯାୟୀ, ଅଖିଳ ଭାରତୀୟ ମହିଳା କଂଗ୍ରେସ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ, ୫ ଲକ୍ଷ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯିବ। ଏହି ସାନିଟାରୀ ପ୍ୟାଡ୍ ପ୍ୟାକେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ମୁଦ୍ରିତ ହୋଇଛି । ପ୍ରିୟଦର୍ଶିନୀ ଉଡାନ ଯୋଜନା ନାମକ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ମାସିକ ଧର୍ମ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହା କଂଗ୍ରେସର ବ୍ୟାପକ ମହିଳା-କୈନ୍ଦ୍ରିକ ପଦକ୍ଷେପର ଏକ ଅଂଶ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶୀତ ଖବର ଅନୁଯାୟୀ, ସାନିଟାରୀ ପ୍ୟାଡରେ ରାହୁଲ ଗାନ୍ଧୀଙ୍କ ଫଟୋ: ନକଲି ଭିଡିଓ ଭାଇରାଲ ପାଇଁ ଏଫଆଇଆର ରୁଜୁ; କଂଗ୍ରେସ ନେତା କହିଲେ ଅନ୍ୟମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ।
ଉକ୍ତ ଘଟଣାକୁ ପ୍ରସାରିତ କରି ନିୟୁଜ ୧୮ ଉଲ୍ଲେଖ କରି ଲେଖିଛି, ସାନିଟାରୀ ପ୍ୟାଡରେ ରାହୁଲ ଗାନ୍ଧୀଙ୍କ ବିକୃତ ଫଟୋକୁ ନେଇ ୨ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ।
ଏଥରୁ ପ୍ରମାଣିତ ହେଲା ଯେ, ଦାବିଟି ହେଉଛି ବିଭ୍ରାନ୍ତିକର । ପ୍ରକୃତରେ ରାହୁଲଙ୍କ ଫଟୋ ସାନାଟାରୀ ପ୍ୟାଡ ଉପରେ ନୁହେଁ ବରଂ ସାନାଟାରୀ ପ୍ୟାକେଡ ଉପରେ ରହିଛି ।