ଫ୍ୟାକ୍ଟ ଚେକ୍: ପୁରୁଣା ବାଇକ ରାଲିର ପୁରୁଣା ଭିଡିଓକୁ ବଜରଙ୍ଗ ଦଳର କର୍ମୀମାନେ କଲିକତାରେ ପହଁଚିବା ଦାବି ସହ ଭୁଲଭାବେ ସେୟାର କରାଯାଇଛି
ଉକ୍ତ ଭିଡିଓଟି ବହୁ ପୁରୁଣା ମହାରାଷ୍ଟ୍ରର ସାଙ୍ଗିଲ ଅଞ୍ଚଳର ଯେତେବେଳେ ଏକ ବାଇକ ରାଲି କର୍ଣ୍ଣାଟକରୁ ଫେରୁଥିଲେ ବୋଲି ଖବର କାଗଜରୁ ଜଣାଯାଏ । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗର ମୁର୍ସିଦାବାଦ ହିଂସା ସହନାହିଁ କୌଣସି ସମ୍ପର୍କ ।

Claim :
ମୁର୍ସିଦାବାଦ ହିଂସା ନେଇ ପଶ୍ଚିମବଙ୍ଗରେ ପହଁଚିଲା ବଜରଙ୍ଗ ଦଳର କର୍ମୀFact :
ଭାଇରାଲ ଭିଡିଓଟି ମୁର୍ସିଦାବାଦ ସହ ନାହିଁ କୌଣସି ସମ୍ପର୍କ, ଉକ୍ତ ଭିଡିଓ ଟି ମହାରାଷ୍ଟ୍ରର ସାଙ୍ଗିଲ ଅଞ୍ଚଳର ଅଟେ
ଦେଶରେ ୱାକଫ ସଂଶୋଧନ ଆଇନ ଲାଗୁ ହେବା ଦିନଠାରୁ ବିଭିନ୍ନ ମୁସଲମାନ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି । ପଶ୍ଚିମବଙ୍ଗରେ ସର୍ବାଧିକ ବିରୋଧ ପ୍ରଦର୍ଶନ କରାଯାଉଛି । ପ୍ରସାରିତ ଖବର ଅନୁଯାୟୀ, ୮ ରୁ ୧୩ ଜାନୁଆରୀ ମଧ୍ୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିଲା। ଏହି ବିରୋଧ ପ୍ରଦର୍ଶନ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ହିଂସା କମିଯିବା ପରେ ମଧ୍ୟ ଅନେକ କ୍ଷେତ୍ରରେ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଜାରି ରହିଛି। ତଥାପି, ଅନେକ କ୍ଷେତ୍ରରେ ଇଣ୍ଟରନେଟ୍ ପୁନଃ ଚାଲୁ କରାଯାଇଛି। ସମଶେରଗଞ୍ଜର ଅବସ୍ଥା ଏବେ ବି ତିକ୍ତତା ଜାରି ରହିଛି। ଇଣ୍ଟରନେଟ୍ ମଧ୍ୟ ବନ୍ଦ ରହିଛି । ହିଂସା ପରେ ପ୍ରାୟ ୫୦୦ ହିନ୍ଦୁ ପରିବାରଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ଏହି ୨୦୦ ପରିବାରର ପୁନଃ ଥଇଥାନ କରିବାରେ ପ୍ରଶାସନ ସଫଳ ହୋଇଛି। କେତେକ ସ୍ଥାନୀୟ ଲୋକ ଦାବି କରୁଛନ୍ତି ଯେ ୧୦୦୦ରୁ ଅଧିକ ପରିବାର ନିଜ ଘର ଛାଡିଛନ୍ତି । ମୁର୍ସିଦାବାଦର ସମଶେରଗଞ୍ଜରେ ବିଏନ୍ଏସ୍ ର ଧାରା ୧୬୩ ବଳବତ୍ତର ରହିଛି। ଏଥି ସହିତ କର୍ଫ୍ୟୁ ଭଳି ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଏହା ପରେ ପରିସ୍ଥିତି ଟିକେ ଉନ୍ନତ ହୋଇଛି । ଅନ୍ୟପକ୍ଷରେ ହିଂସା ଘଟଣାର ତଦନ୍ତ ପାଇଁ ମମତା ସରକାର ୯ ଜଣିଆ ଏସଆଇଟି ଗଠନ କରିଛନ୍ତି । ଏହି ସମୟରେ ହିଂସା ସୃଷ୍ଟି ପାଇଁ ବାଂଲାଦେଶୀ ସଂଗଠନ ଦାୟୀ ବୋଲି ପ୍ରକାଶ ପାଇଛି।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ରାତି ସମୟରେ ଏକ ବାଇକ ଶୋଭାଯାତ୍ରାରେ ଶତାଧିକ ଚାଳକ ଗତି କରୁଥିବାର ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରେ ପୋଲିସ୍ ସେମାନଙ୍କୁ ଏକ ପାଖକୁ ଚଲାଇବାକୁ ସୂଚନା ଫଳକରେ ଦେଖାଉଥିବାର ଦେଖାଯାଇଛି । ଭିଡିଓ ଉପରେ ଲେଖା ହୋଇଛି, ଭିଡିଓ ଟି ଭାଇରାଲ ହେବାରେ ଲାଗିଛି । ବଜରଙ୍ଗ ଦଳର ଶତାଧିକ କର୍ମୀ ଜାତୀୟ ରାଜପଥ ଯୋଗେ କଲିକତା ଯାଉଛନ୍ତି ।
ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଦାବି କରିଛନ୍ତି ଯେ, ମୁର୍ସିଦାବାଦ ହିଂସା ରୋକିବାକୁ ଶତାଧିକ ବଜରଙ୍ଗ ଦଳର କର୍ମୀ ଏକ ବାଇକ ଶୋଭାଯାତ୍ରା କରି କଲିକତା ଅଭିମୁଖେ ଯାତ୍ରା କରୁଛନ୍ତି ।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ବହୁ ପୁରୁଣା । ମୁର୍ସିଦାବାଦ ସହ ନାହିଁ କୌଣସି ସମ୍ପର୍କ, ଉକ୍ତ ଭିଡିଓ ଟି ମହାରାଷ୍ଟ୍ରର ସାଙ୍ଗିଲ ଅଞ୍ଚଳର ଅଟେ ।
ତଦନ୍ତ କରିବାକୁ ଯାଇ ଉକ୍ତ ଘଟଣାର କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏନେଇ କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇ ନଥିଲୁ । ଯଦି ଏତେ ବିଶାଳ ଶୋଭାଯାତ୍ରା କଲିକତାରେ ପହଞ୍ଚିଥାନ୍ତା କୌଣସି ନା କୌଣସି ଗଣମାଧ୍ୟମରେ ନିଶ୍ଚିତ ପ୍ରଶାରଣ ହୋଇଥାନ୍ତା ।
ସେହିପରି ଉକ୍ତ ଘଟଣା ନେଇ କଲିକତାର ଜଣେ ସାମ୍ବାଦିକ ଅଗ୍ନିଶ୍ଵରଙ୍କୁ ପଚାରିବାରୁ ଏହାକୁ ସିଏ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । ଅଗ୍ନିଶ୍ଵରଙ୍କ ସୂଚନା ଅନୁଯାୟୀ, ଏଭଳି କୌଣସି ରାଲି ପଶ୍ଚିମବଙ୍ଗରେ ପହଁଚିନାହିଁ । ଏହା ବହୁ ପୁରୁଣା ଭିଡିଓ ହୋଇଥାଇ ପାରେ ନଚେତ ଅନ୍ୟ କୌଣସି ସ୍ଥାନର ହୋଇଥାଇପାରେ । ଯଦି ପଶ୍ଚିମବଙ୍ଗରେ ଏଭଳି ଶୋଭାଯାତ୍ରା ପହଞ୍ଚିଥାନ୍ତା ତେବେ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ ବୋଲି କହିଛନ୍ତି ଅହ୍ନିଶ୍ୱର ।
ଭିଡିଓର ସତ୍ୟତା ଜାଯିବାକୁ ଯାଇ, ଯେତେବେଳେ ଆମେ ଭିଡିଓକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓଟି ୧୭ ଫେବୃଆରୀ ୨୦୨୫ରେ ଜଣେ ୟୁଜର୍ସ ନିଜ ଆକାଉଣ୍ଟରେ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ।
ତୁଳନାରୁ ଜଣାଯାଏ ଯେ, ଭାଇରାଲ ଭିଡିଓ ଏବଂ ଉକ୍ତ ଭିଡିଓ ଦୁଇଟି ସମାନ ଭିଡିଓ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓଟି ଫେବୃଆରୀ ୨୦୨୫ରୁ ଇଣ୍ଟରନେଟରେ ଉପଲବ୍ଧ । ଯାହାକୁ ମୁର୍ସିଦାବାଦ ହିଂସାର ଢେର ପୂର୍ବର ଘଟଣା ।
ଉକ୍ତ ଭିଡିଓର ସତ୍ୟତା ଅନୁସନ୍ଧାନ କରିବାକୁ ଯାଇ ୧୯ ଫେବୃଆରୀ ୨୦୧୫ରେ ଅପଲୋଡ଼ ହୋଇଥିବା ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓ ଟି ଭାଇରାଲ ଭିଡିଓ ହୋଇଥିବା ବେଳେ ସାମ ଟିଭି ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓକୁ ଅପଲୋଡ଼ କରି ଉଲ୍ଲେଖ କରିଛି ମହାରାଷ୍ଟ୍ରର ସାଙ୍ଗିଲ ଅଞ୍ଚଳର ଦୃଶ୍ୟ ଶତାଧିକ ବାଇକ ଶୋଭାଯାତ୍ରାକୁ ଆୟତ୍ତ କଲେ ୪ ପୋଲିସ୍ କର୍ମଚାରୀ ।
ସେହିପରି ଉକ୍ତ ଘଟଣାକୁ ପ୍ରସାରିତ କରି ଟାଇମ୍ସ ଅଫ ଇଣ୍ଡିଆ ଉଲ୍ଲେଖ କରିଛି, ଭୋର ୨ଟା ସମୟରେ କର୍ଣ୍ଣାଟକର ଏକ ବାର୍ଷିକ ମେଳାରୁ ହର୍ଣ୍ଣ ବଜାଇ ଏବଂ ଜୋରରେ ଜୟଧ୍ୱନି କରି ସାଙ୍ଗିଲ ଫେରୁଥିବା ଶହ ଶହ ମୋଟରସାଇକେଲ ଆରୋହୀଙ୍କୁ ପୋଲିସ ଆୟତ୍ତ କରିଥିଲା । ପୋଲିସ ଉତ୍ତ୍ୟକ୍ତ ମୋଟର ସାଇକେଲ ଆରୋହୀଙ୍କ ଉପରେ ଲାଠିଚାର୍ଜ କରିଥିଲା ଏବଂ ପ୍ରାୟ ୪୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଅନେକ ସେମାନଙ୍କ ଦୁଇଚକିଆ ଯାନକୁ ମଧ୍ୟ ଛାଡି ପଳାଇଥିଲେ । ଏହି ମୋଟରସାଇକେଲ ଆରୋହୀମାନେ ପ୍ରତିବର୍ଷ ପଡ଼ୋଶୀ କର୍ଣ୍ଣାଟକର ଚିଞ୍ଚାଲିକୁ ମାୟାକ୍କା ଦେବୀ ବାର୍ଷିକ ମେଳାରେ ଯୋଗଦେବାକୁ ଯାଆନ୍ତି, ଯେଉଁଠାରେ ଏକ ବାର୍ଷିକ ଘୋଡାଗାଡ଼ି ଦୌଡ଼ ଆୟୋଜନ କରାଯାଏ । ଆୟୋଜକମାନେ ଦାବି କରନ୍ତି ଯେ ଘୋଡାଗାଡ଼ି ଦୌଡ଼ - ପ୍ରାୟ ୬୫ କିଲୋମିଟର ଦୂରତା ଅତିକ୍ରମ କରେ ଯାହାକି ଏହି ଅଞ୍ଚଳର ସବୁଠାରୁ ଲମ୍ବା ଦୌଡ଼ । ସାଙ୍ଗଲି ଗ୍ରାମୀଣ ପୋଲିସ ଷ୍ଟେସନର ଇନ୍ସପେକ୍ଟର କିରଣ ଚୌଗୁଲେ କହିଛନ୍ତି, "ସାଙ୍ଗଲି ସହରରେ ଘୋଡାଗାଡ଼ି ଦୌଡ଼ ପାଇଁ କୌଣସି ଅନୁମତି ନାହିଁ।"
ତେଣୁ ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଭିଡିଓଟି ବହୁ ପୁରୁଣା ମହାରାଷ୍ଟ୍ରର ସାଙ୍ଗିଲ ଅଞ୍ଚଳର ଯେତେବେଳେ ଏକ ବାଇକ ରାଲି କର୍ଣ୍ଣାଟକରୁ ଫେରୁଥିଲେ ବୋଲି ଖବର କାଗଜରୁ ଜଣାଯାଏ । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗର ମୁର୍ସିଦାବାଦ ହିଂସା ସହନାହିଁ କୌଣସି ସମ୍ପର୍କ ।