ଫ୍ୟାକ୍ଟ ଚେକ୍: ପହଲଗାମ ଆତଙ୍କବାଦୀ ସାକ୍ଷାତ୍କାର ଦେଖାଉଥିବା ଭାଇରାଲ ଭିଡିଓରେ ନାହିଁ କୌଣସି ସତ୍ୟତା
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାର ଅଟେ ଯାହାକି ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ଆତଙ୍କବାଦୀ ହେଲେ ପହଲଗାମ ଘଟଣା ସହ ଉକ୍ତ ଭିଡିଓର କୌଣସି ସାମଞ୍ଜସ୍ୟ ନାହିଁ ।

Claim :
ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା ଧରାପଡ଼ିଥିବା ଜଣେ ଆତଙ୍କବାଦୀର ସାକ୍ଷାତକାରFact :
ଏହି ଭିଡିଓଟି ବହୁ ପୁରୁଣା, ଅନ୍ୟୁନ୍ୟ ୨୦୨୨ ମସିହାର ଏବଂ ପହଲଗାମ ଆକ୍ରମଣ ସହିତ ଏହାର କୌଣସି ସମ୍ପର୍କ ନାହିଁ
ପହଲଗାମ ଆକ୍ରମଣ ପରେ ସୁରକ୍ଷା ଘେରରେ ସାରାଦେଶ । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ପ୍ରସାରିତ ଖବର ଅନୁଯାୟୀ ସ୍ପେଶାଲ୍ ସର୍ଭେଲାନ୍ସରେ ରହିଛି ରାଜଧାନୀ ଭୁବନେଶ୍ୱର । ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସମସ୍ତ ସ୍ଥାନ ଉପରେ ରହିଛି ପୋଲିସର ନଜର ଏପରିକି ସାଦା ପୋଷାକରେ ପୋଲିସର ସ୍ପେଶାଲ ଅଫିସର ନିରୀକ୍ଷଣ କରୁଥିବା ନେଇ ସୂଚନା ରହିଛି । ସମ୍ବେଦନଶୀଳସ୍ଥାନ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ତେବେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ।
ତେବେ ଇତିମଧ୍ୟରେ ୧୫ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ବେଡ଼୍ ରେ ସୋଇଥିବା ବେଳେ ଜଣେ ସାମ୍ବାଦିକ କ୍ୟାମେରା ପଛରୁ କିଛି ପଚାରୁଥିବାର ଜଣାଯାଇଛି । ସାମ୍ବାଦିକ ଜଣଙ୍କ ଆଜତକ୍ ର ଅଡିଓ ମାଇକ ଧରିଥିବାର ଦେଖିବାକୁ ମିଳିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଚଳିତ ବର୍ଷ ହୋଇଥିବା ପହଲଗାମ ଆତଙ୍କ ସହ ନାହିଁ କୌଣସି ସମ୍ପର୍କ ।
ଭାଇରାଲ ଭିଡିଓର ତଦନ୍ତ କରିବାକୁ ଯାଇ, ଯେତେବେଳେ ଆମେ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ୨୫ ଅଗଷ୍ଟ ୨୦୨୨ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଆଜତକ ଅପଲୋଡ଼ କରିଥିବା ବେଳେ ।
ବର୍ତ୍ତମାନ ସୁଦ୍ଧା ଉକ୍ତ ଭିଡିଓଟିକୁ ୧୧ଲକ୍ଷ ଲାଇକ ଏବଂ ୮କୋଟି ୯୭ଲକ୍ଷ ୮ହଜାର ୪୫୫ଭିୟୁ ମିଳିଥିବାର ଦେଖିବାକୁ ମିଳିଛି ।
ଭିଡିଓ ଅପଲୋଡ କରି ଆଜତକ୍ ଶୀର୍ଷକରେ ଉଲ୍ଲେଖ କରିଛି, ପାକିସ୍ତାନର ଆତଙ୍କବାଦୀ କହିଲା ପାକିସ୍ତାନୀ ସେନାର ସତ୍ୟତା ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଆମେ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ଉକ୍ତ ଘଟଣାକୁ ନେଇ ଆଜତକ ଏକ ବିଶୃତ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ଗତ ୪୮ ଘଣ୍ଟା ମଧ୍ୟରେ, ଭାରତୀୟ ସେନା ଜମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଏଲଓସି ଉପରେ ଦୁଇଟି ଅନୁପ୍ରବେଶ ପ୍ରୟାସକୁ ବିଫଳ କରିଛି, ଯେଉଁଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଜୀବିତ ଧରାପଡ଼ିଥିବା ବେଳେ ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ନୌଶେରାର ଝାଙ୍ଗର ସେକ୍ଟରରେ ନିୟୋଜିତ ସୈନିକମାନେ ୨୧ଅଗଷ୍ଟ ଦିନ ୨-୩ଜଣ ଆତଙ୍କବାଦୀଙ୍କ ଗତିବିଧି ଦେଖିଥିଲେ । ସୈନିକମାନେ ଆହତ ଆତଙ୍କବାଦୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଅଗଷ୍ଟ ୨୦୨୨ ମସିହାରେ ଇଟିଭି ଭାରତ ନିଜ ୱେବସାଇଟରେ ଏନେଇ ଏକ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଖବରରେ ଇଟିଭି ଭାଇରାଲ ହେଉଥିବା ଭିଡିଓରେ ଥୁବା ବ୍ୟକ୍ତିର ଫଟୋଟି ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଉକ୍ତି ଖବରରେ ମଧ୍ୟ ଇଟିଭି ଉଲ୍ଲେଖ କରିଛି, ଭାରତୀୟ ସେନା ଦ୍ୱାରା ଧରାପଡ଼ିଥିବା ଜଣେ ସଶସ୍ତ୍ର ପାକିସ୍ତାନୀ ନାଗରିକ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ସ୍ୱୀକାର କରିଛି । ୨୦୧୬ରେ ଭାରତୀୟ ସେନା ଦ୍ୱାରା ତାଙ୍କ ଭାଇ ସହିତ ଗିରଫ ହେବା ପରେ ୨୦୧୭ରେ ମାନବିକତା ଦୃଷ୍ଟିରୁ ସେହି ବ୍ୟକ୍ତିଙ୍କୁ ସ୍ୱଦେଶ ଫେରାଇ ଦିଆଯାଇଥିଲା ।
ସେନା କହିଛି ଯେ ପାକ୍ ଅଧିକୃତ କାଶ୍ମୀରର କୋଟଲି ଜିଲ୍ଲା ସାବଜକୋଟ ଗାଁର ବାସିନ୍ଦା ତବାରକ ହୁସେନ ଅପରାଧ ସ୍ୱୀକାର କରିଛନ୍ତି ଏବଂ ପ୍ରକାଶ କରିଛନ୍ତି ଯେ ସେ ଅନ୍ୟ ଚାରି-ପାଞ୍ଚ ଜଣଙ୍କ ସହିତ ଆସିଥିଲେ ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଜଣେ କର୍ଣ୍ଣେଲଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାର ଅଟେ ଯାହାକି ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ଆତଙ୍କବାଦୀ ହେଲେ ପହଲଗାମ ଘଟଣା ସହ ଉକ୍ତ ଭିଡିଓର କୌଣସି ସାମଞ୍ଜସ୍ୟ ନାହିଁ ।