ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗରେ ୱାକଫ୍ ନେଇ ହୋଇଥିବା ହିଂସା ସହ ଭାଇରାଲ ଫଟୋର ନାହିଁ କୌଣସି ସମ୍ପର୍କ
କୋଲାଜ ଫଟୋରେ ଗୋଟିଏ ସତ୍ୟତା ଥିବା ବେଳେ ଅନ୍ୟ ସମସ୍ତ ଘଟଣା ବହୁ ପୂର୍ବ ଏବଂ ଭିନ୍ନଭିନ୍ନ ସମୟ ଏବଂ ସ୍ଥାନର ବୋଲି ଅନୁସନ୍ଧାନ ଏଵଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାଯାଇଛି ।

Claim :
ପ୍ରତ୍ୟେକ ହିନ୍ଦୁ ପର୍ବରେ ପଶ୍ଚିମବଙ୍ଗ ଦଙ୍ଗା ଘଟୁଥିବା ଫଟୋ ହେଉଛି ଭାଇରାଲFact :
କେବଳ ରାମ ନବମି ଫଟୋ ବ୍ୟତୀତ ଭାଇରାଲ ଫଟୋ ସହ ହିନ୍ଦୁପର୍ବ ର ନାହିଁ କୌଣସି ସତ୍ୟତା
ଓ୍ୱାକପ୍ ନେଇ ଜଳୁଛି ପଶ୍ଚିଚମବଙ୍ଗ । ପ୍ରକାଶିତ ଖବର ଅନୁଯାୟୀ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ୱାକଫ୍ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି । ସ୍ଥିତି ଏମିତି ହୋଇଛି ଯେ, ବିକ୍ଷୋଭକାରୀ ସଡ଼କ ଓ ରେଳ ପଥରେ ପ୍ରତିବାଦ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଗାଡି ଚଳାଚଳ ବି ଠପ୍ ହୋଇପଡ଼ିଛି । କିଛି ସ୍ଥାନରେ ଅନେକ ମାତ୍ରାରେ ଗାଡ଼ି ପୋଡିଦିଆଯାଇଛି । ଭିଡ଼କୁ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରିବାବେଳେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏନେଇ ତାଜା ଅପଡେଟ୍ ଦେଇଛନ୍ତି ପୋଲିସ ଅଧିକାରୀ । ସୂଚନା ଥାଉକି, ମୁର୍ଶିଦାବାଦ ଜିଲ୍ଲାର ସୁତିରେ ବ୍ୟାପକ ହିଂସା ଗେଖିବାକୁ ମିଳିଛି । ବାରଣ ସତ୍ତ୍ୱେ ପ୍ରଦର୍ଶନକାରୀମାନେ ଏକାଠି ହୋଇଥିଲେ । ଆହୁରି ବି ରାସ୍ତା ଅବରୋଧ କଲେ ବୋଲି ଅଧିକାରୀମାନେ କହିଛନ୍ତି । ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ପୋଲିସ ଭ୍ୟାନ ଓ ଯାତ୍ରୀବାହୀ ବସ୍ ଜାଳି ବି ଦେଇଥିଲେ ।
ଇତିମଧ୍ୟରେ ଏକ କୋଲାଜ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ବିଭିନ୍ନ ସମୟରେ ଘଟିଥିବା ଦଙ୍ଗାର ଫଟୋ ରହିଥିବା ବେଳେ, ପ୍ରତିଟି ଫଟୋ ତଳେ ହିନ୍ଦୁଧର୍ମରେ ପାଳିତ ହେଉଥିବା ପର୍ବର କିଛି ନାଁ ଲେଖା ହୋଇଥିବାର ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଉକ୍ତ ଫଟୋକୁ ସେୟାର କରି ଦାବି କରିଛନ୍ତି, ପଶ୍ଚିମବଙ୍ଗରେ ପ୍ରାୟ ପ୍ରତ୍ୟେକଟି ହିନ୍ଦୁ ପର୍ବରେ ଏଭଳିଦଙ୍ଗା ହେଉଛି ।
ଉକ୍ତ ଫଟୋକୁ ୟୁଜର୍ସ ସମେତ କିଛି ରାଜନୈତିକ ଦଳ ସେୟାର କରିଥିଵାର ଦେଖିବାକୁ ମିଳିଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର, ଭାଇରାଲ ଫଟୋ ଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ଦାବି ପୂରଣ ନେଇ ହୋଇଥିବା ଭିକ୍ଷୋଭ ସମୟର । ରାମ ନବମୀ ବ୍ୟତୀତ ହିନ୍ଦୁ ଧର୍ମରେ ପାଳିତ ହେଉଥିବା ପର୍ବ ସହ ଉକ୍ତ ଫଟୋ ଗୁଡିକର ନାହିଁ କୌଣସି ସମ୍ପର୍କ, ଏକାଧିକ ଫଟୋ ସିଏଏ ବିରୋଧ ସମୟର ଅଟେ ।
ଉକ୍ତ ଭାଇରାଲ ଫଟୋର ସତ୍ୟତା ଜାଣିବାକୁ ଯାଇ ଆମେ ପ୍ରତ୍ୟେକଟି ଫଟୋର ରିଭର୍ସ ଇମେଜ ସର୍ଚ୍ଚ କରିଥିଲୁ । ପ୍ରତିଟି ଫଟୋ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦାବିକୁ ନେଇ ହୋଇଥିବାର ଭିକ୍ଷୋଭ ସମୟର ବୋଲି ଜାଣିବାକୁ ପାଇଥିଲୁ ।
ପ୍ରଥମ ଶ୍ରେଣୀର ବାମ ଆଡୁ ପ୍ରଥମ ଫଟୋ ଯେଉଁଥିରେ ଜଣେ ବ୍ୟକ୍ତି ହାରଟେକି ପଛୁଆ ଠିଆ ହୋଇଛନ୍ତି ଏବଂ ତାଙ୍କ ଆଗରେ ଭୟାଭୟ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋଟି ପଶ୍ଚିମବଙ୍ଗର ଗଣେଶ ଚତୁର୍ଥୀ ସମୟର ବୋଲି ଦାବି ହୋଇଛି ।
ଅନୁସନ୍ଧାନରୁ ୧୫ ଡିସେମ୍ବର ୨୦୨୯ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଯେଉଁଥିରେ ଉଲ୍ଲେଖଥିଲା ଶନିବାର, ୧୪ ଡିସେମ୍ବର, ୨୦୧୯ରେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାନ୍ତ୍ରାଗାଛିରେ ନାଗରିକତା ସଂଶୋଧନ ବିଲ୍ (CAB) ପାସ୍ ବିରୋଧରେ ଜଣେ ପ୍ରଦର୍ଶନକାରୀ ଆନ୍ଦୋଳନ କରୁଛନ୍ତି ।
ଦ୍ଵିତୀୟ ଫଟୋରେ ଗୋଟିଏ ସ୍ଥାନରେ ଶତାଧିକ ବ୍ୟକ୍ତି ଭିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସାମ୍ନାରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି । ଅନୁସନ୍ଧାନରୁ ଜଣାଯାଏ ଯେ, ଉକ୍ତ ଫଟୋଟି ୫ବର୍ଷ ତଳର ଉତ୍ତର ପ୍ରଦେଶର ଅଟେ। ସିଏଏ ବିରୋଧରେ ଉତ୍ତର ପ୍ରଦେଶର ମୁଜାଫରନଗର, ଘାଜିଆବାଦ, ମିରଟ ଏବଂ ବୁଲନ୍ଦସହର ରେ ୨୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ ହୋଇଛନ୍ତି । ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଫଟୋଟିର ସିଏଏ ଆନ୍ଦୋଳନ ସମୟର ।
ତୃତୀୟ ଫଟୋଟି ରାମନବମୀ ସମୟର ବୋଲି ଦାବି ହୋଇଥିବା ବେଳେ, ଯେତେବେଳେ ଆମେ ଉକ୍ତ କିୱାର୍ଡ ନେଇ ସର୍ଚ୍ଚ କରି ଏବିପିରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଉକ୍ତ ଖବର ପ୍ରସାରଣ କରି ଏବିପି ଉଲ୍ଲେଖ କରିଛି ଯେ, ଉକ୍ତ ଫଟୋଟି ହାଓଡାରେ ରାମ ନବମୀ ସମୟରେ ହୋଇଥିବା ଦଙ୍ଗାର ବୋଲି ଦର୍ଶାଯାଇଛି ।
ହୋଲି ଲେଖା ହୋଇଥିବା ଫଟୋଟିକୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରସାରିତ ହୋଇଥିବା ଏକ ଫଟୋ ସହ ସମାନ ହୋଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଘଟଣାଟି ଉତ୍ତର ପ୍ରଦେଶରେ ସିଏବି ସମୟର ବୋଲି ଇଣ୍ଡିଆନ ଏକ୍ସପ୍ରେସ୍ ଖବର ପ୍ରସାରଣ କରି ଉକ୍ତ ଫଟୋଟିକୁ ବ୍ୟବହାର କରିଥିଵାର ଜାଣିବାକୁ ମିଳିଛି । ଉକ୍ତ ଫଟୋଟି ଭାଇରାଲ ଫଟୋ ସଦୃଶ ବୋଲି ଅନୁମାନ କରାଯାଉଛି ।
ଦ ହିନ୍ଦୁ ନିଜ ଡିଜିଟାଲ ମିଡିଆରେ କର୍ଣ୍ଣାଟକରେ ସିଏଏ ବିକ୍ଷୋଭ ର ଏକ ଖବର ପ୍ରସାରିତ କରିଥିବା ବେଳେ ଯେଉଁ ଫଟୋଟିକୁ ସ୍ଥାନଦେଇଛି ତାହା ଭାଇରାଲ ଫଟୋରେ ଉକ୍ତ ଫଟୋଟି ଦୀପାବଳି ସମୟର ବୋଲି ଦର୍ଶାଯାଇଛି ।
ହେଲେ ଉକ୍ତ ଫଟୋଟି କର୍ଣ୍ଣାଟକରେ ସିଏଏ ବିରୋଧରେ ହୋଇଥିବା ଭିକ୍ଷୋଭ ସମୟର ବୋଲି ଉଲ୍ଲେଖ କରିଛି ଦ ହିନ୍ଦୁ । ଯେଉଁଥିରେ ପୁର୍ବତନ ମେୟର କେ ଆଶ୍ରଫ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଦର୍ଶାଯାଇଛି ।
ଦୁର୍ଗାପୂଜା ସମୟରେ ହୋଇଥିବା ଦଙ୍ଗାର ଫଟୋ ବୋଲି ଦାବି ହୋଇଥିବା ଫଟୋଟି ପ୍ରକୃତରେ ୨୦୧୯ ମସିହାରେ ହୋଇଥିବା କୋନା ଏକ୍ସପ୍ରେସ୍ ଅଞ୍ଚଳର ଯେଉଁଥିରେ ସିଏଏ ବିରୋଧରେ ଭିକ୍ଷୋଭ ପ୍ରଦର୍ଶନର ଫଟୋ ଅଟେ । ଉକ୍ତ ଫଟୋଟି ବ୍ୟବହାର କରି ଇଣ୍ଡିଆନ ଏକ୍ସପ୍ରେସ ଏକ ଖବର ପକାଶିତ କରିଥିଵାର ଦେଖିବାକୁ ମିଳିଛି ।
ହନୁମାନ ଜୟନ୍ତୀ ଉଲ୍ଲେଖ ଥିବା ଫଟୋଟି ମଙ୍ଗାଲୁରୁ ଅଞ୍ଚଳର ଯେଉଁଥିରେ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ କରାଯାଇଛି ବୋଲି ଲାଇଭ ମିଣ୍ଟ ଏକ ଖବର ପ୍ରକାଶିତ କରିଛି ।
ସେହିପରି ଦଶହରା ଦର୍ଶାଯାଇଥିବା ଫଟୋଟି ମଧ୍ୟ ସିଏଏ ଭିକ୍ଷୋଭ ସମୟର ଜଣାପଡିଛି, ଅଲ ଜଜିରା ଉକ୍ତ ଫଟୋକୁ ଏକ ୟୁଟ୍ୟୁବ ଭିଡିଓର ମୁଖଫଟୋ ଭାବେ ବ୍ୟବହାର କରି ଏକ ବିଶୃତ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଜଣାଯାଇଛି ।
ସେହିପରି ସର୍ବ ଶେଷ ଫଟୋ ଯେଉଁଥିରେ ସଂକ୍ରାନ୍ତି ଉଲ୍ଲେଖ ରହିଛି, ଉକ୍ତ ଫଟୋଟିକୁ ସ୍ଥାନ ଦେଇ ଅର୍ଗାନାଇଜର ନାମକ ଏକ ଡିଜିଟାଲ ମିଡିଆ ଏକ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ଖବର ପ୍ରସାରଣରେ ଫଟୋ ତଳେ ଉଲ୍ଲେଖ ରହିଛି ଏହା ସିଏଏ ଭିକ୍ଷୋଭ ସମୟର ଫଟୋ ।
ବରିଷ୍ଠ ଟିଏମସି ନେତା ତଥା ରାଜ୍ୟ ସଭା ସାଂସଦ ସାକେଟ ଗୋଖଲେ ଭାଇରାଲ ଫଟୋକୁ ନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନିୟ ଜଣେ ମନ୍ତ୍ରୀ ଏବଂ ଜାତୀୟ ଦଳ କିଭଳି ଏଭଳିମିଛ ପ୍ରଚାର କରିପାରେ ବୋଲି ସମାଲୋଚନା କରିଛନ୍ତି ସାକେଟ ।
ସେହିପରି ପଶ୍ଚିମବଙ୍ଗ ପୋଲିସ୍ ମଧ୍ୟ ଉକ୍ତ ଫଟୋ ଗୁଡ଼ିକର ପ୍ରକୃତ ଘଟଣା ଏବଂ କିଛି ସ୍ଥାନ ଲେଖି ନିଜ ସୋସିଆଲ ମିଡିଆରେ ସେୟାର କରିଛି ।
ତେଣୁ ଏଥିରୁ ଜଣାଯାଏ ଦାବିଟି ବିଭ୍ରାନ୍ତିକର । କୋଲାଜ ଫଟୋରେ ଗୋଟିଏ ସତ୍ୟତା ଥିବା ବେଳେ ଅନ୍ୟ ସମସ୍ତ ଘଟଣା ବହୁ ପୂର୍ବ ଏବଂ ଭିନ୍ନଭିନ୍ନ ସମୟ ଏବଂ ସ୍ଥାନର ବୋଲି ଅନୁସନ୍ଧାନ ଏଵଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାଯାଇଛି ।